ଆମ ଘର ଆମ ହାଣ୍ଡିଶାଳ

ଘରେ ରହି ରୋଷେଇ କରନ୍ତୁ, ଆକର୍ଷଣୀୟ ପୁରସ୍କାର ଜିତନ୍ତୁ

ପ୍ରତିଯୋଗିତା ସମ୍ବନ୍ଧୀୟ ବିବରଣୀ

ପ୍ରତିଯୋଗୀମାନେ ନିଜ ନାମ, ଠିକଣା, ଇ-ମେଲ୍, ଫୋନ୍ ନମ୍ବର ଓ ନିଜ ଫଟୋ ସହ ପ୍ରସ୍ତୁତ କରୁଥିବା ଖାଦ୍ୟର ନାଁ, ପ୍ରସ୍ତୁତି ପ୍ରଣାଳୀ ଓ ଖାଦ୍ୟ ପ୍ରସ୍ତୁତ କରୁଥିବାର ଭିଡିଓକୁ ଆମର ହ୍ୱାଟସଅପ୍ ନମ୍ବର- 8260638331 , 8260641611 କିମ୍ବା ଇ-ମେଲ୍ ଆଇଡି otdcho@gmail.com କୁ ପଠାଇବାକୁ ପଡ଼ିବ। 

ଇଚ୍ଛୁକ ବ୍ୟକ୍ତିମାନେ June 27 ତାରିଖ ସୁଦ୍ଧା ପଞ୍ଜୀକରଣ କରିପାରିବେ। ଘରେ ରହି ରୋଷେଇ କରିବା ସହ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ମଧ୍ୟ ରହିଛି। ପ୍ରତିଯୋଗିତାରେ ଭାଗ ନେଇ ଆସନ୍ତୁ, ନିଜ ପ୍ରତିଭାକୁ ସମଗ୍ର ବିଶ୍ୱକୁ ଜଣାଇବା ସହ ଓଡ଼ିଶାର ଖାଦ୍ୟକୁ କୋଣଅନୁକୋଣରେ ପହଞ୍ଚାଇବା।

ଓଡ଼ିଶାର ପାରମ୍ପରିକ ଖାଦ୍ୟସମ୍ଭାରର ଅଧିକ ପ୍ରଚାର ପ୍ରସାର ସହ ଗୃହିଣୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓଟିଡିସି ଏବଂ ପର୍ଯ୍ୟଟନ ବିଭାଗ, ଓଡ଼ିଶା ମିଳିତ ଭାବେ “ଆମ ଘର ଆମ ହାଣ୍ଡିଶାଳ’ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହାକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। 

ସୁସ୍ଥ ଓ ନିରୋଗ ରହିବା ପାଇଁ ଆମର ପାରମ୍ପରିକ ଓଡ଼ିଆ ଖାଦ୍ୟ ହିଁ ବର୍ତ୍ତମାନ ସମୟର ଆବଶ୍ୟକତା ହୋଇଛି। ଏହି ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଆ ଖାଦ୍ୟସମ୍ଭାର ପ୍ରତି ଲୋକଙ୍କୁ ଆକର୍ଷିତ କରିବା ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ଯେକେହି ଭାଗ ନେଇ ପାରିବେ ଓ ନିଜର ରୋଷେଇ ଦକ୍ଷତାକୁ ପ୍ରତିପାଦନ କରିପାରିବେ।

#AmaGharaAmaHandishala

Get in touch

* This field is required
* This field is required
* This field is required
* This field is required
* This field is required 200 characters remaining